କଂଗ୍ରେସ ନେତାଙ୍କ ଦାବି, 'କୁତବ ମିନାର ଓ ତାଜମହଲକୁ ହିନ୍ଦୁମାନଙ୍କୁ ହସ୍ତାନ୍ତର କରନ୍ତୁ ଭାରତ ସରକାର'
Advertisement

କଂଗ୍ରେସ ନେତାଙ୍କ ଦାବି, 'କୁତବ ମିନାର ଓ ତାଜମହଲକୁ ହିନ୍ଦୁମାନଙ୍କୁ ହସ୍ତାନ୍ତର କରନ୍ତୁ ଭାରତ ସରକାର'

ଅଯୋଧ୍ୟାରେ ଚାଲିଥିବା ମହାରାଷ୍ଟ୍ର ନବନିର୍ମାଣ ସେନା ମୁଖ୍ୟ ରାଜ ଠାକରେଙ୍କ ବିରୋଧ ଉପରେ କଂଗ୍ରେସ ନେତା ପ୍ରମୋଦ କୃଷ୍ଣମ କହିଛନ୍ତି ଯେ, ବିଜେପି ସାଂସଦ ବ୍ରିଜ ଭୂଷଣ ଶରଣ ସିଂ, ରାଜ ଠାକରେ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ । ଏହି ଅବସରରେ କଂଗ୍ରେସ ରାଜ୍ୟସଭା ସାଂସଦ ଦୀପେନ୍ଦ୍ର ହୁଡା କହିଛନ୍ତି ଯେ, ରାମ ମନ୍ଦିର ପରି ଜ୍ଞାନବାପି ମାମଲାରେ କୋର୍ଟ ମଧ୍ୟ ନିଷ୍ପତ୍ତି ନେବେ ।

କଂଗ୍ରେସ ନେତାଙ୍କ ଦାବି, 'କୁତବ ମିନାର ଓ ତାଜମହଲକୁ ହିନ୍ଦୁମାନଙ୍କୁ ହସ୍ତାନ୍ତର କରନ୍ତୁ ଭାରତ ସରକାର'

ନୂଆଦିଲ୍ଲୀ: ବାରାଣାସୀ (Varanasi) ର ଜ୍ଞାନବାପି ମସଜିଦ (Gyanvapi Masjid) ପ୍ରସଙ୍ଗ ବର୍ତ୍ତମାନ ଜୋରସୋରରେ ଚାଲିଛି । ସମସ୍ତ ରାଜନୈତିକ ଦଳ ଜ୍ଞାନବାପି ମସଜିଦକୁ ପ୍ରସଙ୍ଗ କରିଛନ୍ତି । ଏହି ସମୟରେ କଂଗ୍ରେସ ନେତା ପ୍ରମୋଦ କୃଷ୍ଣମ (Congress leader Pramod Krishnam) କହିଛନ୍ତି ଯେ, ପ୍ରତ୍ୟକ୍ଷ ପ୍ରମାଣର ଆବଶ୍ୟକତା ନାହିଁ, ଜ୍ଞାନବାପି ଉପରେ ନ୍ୟାୟପାଳିକାଙ୍କ ଯାହା ଆଦେଶ ହେବ ତାହା ସମସ୍ତେ ପାଳନ କରିବେ । ବିଜେପି ସରକାର (BJP Government) ଉପରେ କଟାକ୍ଷ କରି ପ୍ରମୋଦ କୃଷ୍ଣମ ( Pramod Krishnam) କହିଛନ୍ତି ଯେ, "କୁତବ ମିନାର (Qutab Minar) ଓ ତାଜମହଲ (Taj Mahal) ଭାରତ ସରକାରଙ୍କ ଅଧୀନରେ ଅଛନ୍ତି ଏବଂ କୌଣସି ଧର୍ମ ସହ ଜଡିତ ନୁହଁନ୍ତି ତେଣୁ ସରକାର ତାଜମହଲ ଓ କୁଟବ ମିନାରକୁ ହିନ୍ଦୁମାନଙ୍କୁ ହସ୍ତାନ୍ତର କରନ୍ତୁ । ଏହି ବିଷୟ ଭାରତ ସରକାରଙ୍କର କିନ୍ତୁ ଆମେ ରାଷ୍ଟ୍ର ଓ ଦେଶ ସହିତ ଅଛୁ ।"

ସୋମବାର ପ୍ରମୋଦ କୃଷ୍ଣମ ( Pramod Krishnam) ଓ କଂଗ୍ରେସ ସାଂସଦ ଦିପେନ୍ଦ୍ରର ହୁଡା (Congress MP Deepender Hooda) ଅଯୋଧ୍ୟାରେ ଥିଲେ । ଯେଉଁଠାରେ ଦୁହେଁ ରାମଲାଲା ଓ ହନୁମାନ ଗଢ଼ୀଙ୍କୁ ଦର୍ଶନ କରିଛନ୍ତି । ବାରାଣାସୀର ଜ୍ଞାନବାପି ମସଜିଦରେ ଶିବଲିଙ୍ଗଙ୍କ ମିଳିବାର ଦାବି ଉପରେ କଂଗ୍ରେସ ନେତା ପ୍ରମୋଦ କୃଷ୍ଣମ କହିଛନ୍ତି ଯେ, ଜ୍ଞାନବାପି ପ୍ରସଙ୍ଗ ଆସ୍ଥା ଓ ଭାରତର ଜନ ଭାବନା ସହ ଜଡିତ ଏବଂ ଏହା କୋର୍ଟରେ ବିଚାରାଧୀନ ଅଛି । କିନ୍ତୁ ପ୍ରଶ୍ନ ହେଉଛି ବର୍ତ୍ତମାନ ପର୍ଯ୍ୟନ୍ତ ଶିବଲିଙ୍ଗ କାହିଁକି ଲୁଚାଇ ରଖାଯାଇଥିଲା ଓ ଏହାକୁ କିଏ ଲୁଚାଇ ରଖିଥିଲେ?

ଏହା ବି ପଢ଼ନ୍ତୁ:-ସାମ୍ନାକୁ ଆସିଲା ତାଜମହଲର ୨୨ଟି ବନ୍ଦ କୋଠରୀର ରହସ୍ୟ

ଏହା ବି ପଢ଼ନ୍ତୁ:-ଭାରତର ଏହି ରେଳ ଟ୍ରାକ୍ ଉପରେ ଆଜି ବି ବ୍ରିଟିଶଙ୍କ ରହିଛି ଅଧିକାର! ସରକାରଙ୍କୁ ଦେବାକୁ ପଡ଼େ ପ୍ରତିବର୍ଷ ଟିକସ

ଏହା ବି ପଢ଼ନ୍ତୁ:-ୟୁକ୍ରେନ ପରେ ବର୍ତ୍ତମାନ ଏହି ଦେଶକୁ ଆକ୍ରମଣ ପାଇଁ ପ୍ରସ୍ତୁତ ହେଉଛି ଋଷ, ବର୍ଡରକୁ ପଠାଇଲା ଭୟଙ୍କର ପରମାଣୁ କ୍ଷେପଣାସ୍ତ୍ର

 

ଅଯୋଧ୍ୟାରେ ଚାଲିଥିବା ମହାରାଷ୍ଟ୍ର ନବନିର୍ମାଣ ସେନା ମୁଖ୍ୟ ରାଜ ଠାକରେଙ୍କ ବିରୋଧ ଉପରେ କଂଗ୍ରେସ ନେତା ପ୍ରମୋଦ କୃଷ୍ଣମ କହିଛନ୍ତି ଯେ, ବିଜେପି ସାଂସଦ ବ୍ରିଜ ଭୂଷଣ ଶରଣ ସିଂ, ରାଜ ଠାକରେ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ । ଏହି ଅବସରରେ କଂଗ୍ରେସ ରାଜ୍ୟସଭା ସାଂସଦ ଦୀପେନ୍ଦ୍ର ହୁଡା କହିଛନ୍ତି ଯେ, ରାମ ମନ୍ଦିର ପରି ଜ୍ଞାନବାପି ମାମଲାରେ କୋର୍ଟ ମଧ୍ୟ ନିଷ୍ପତ୍ତି ନେବେ ।

ସେପଟେ କଂଗ୍ରେସ ସଂଖ୍ୟାଲଘୁ ଶାହନୱାଜ ଆଲମ୍ ବାରାଣାସୀର ଜିଲ୍ଲା କୋର୍ଟ ଦ୍ୱାରା ଜ୍ଞାନବାପି ମସଜିଦ ଭିତରେ ସର୍ଭେରେ କଥିତ ଶିବଲିଙ୍ଗ ମିଳିବା ପରେ ସେହି ସ୍ଥାନକୁ ସିଲ୍ କରିବାର ଆଦେଶକୁ ଷଡ଼ଯନ୍ତ୍ର ବୋଲି କହିଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ ଜିଲ୍ଲା କୋର୍ଟର ସର୍ଭେ ଆଦେଶ ହିଁ ପୂଜା ସ୍ଥଳ ଅଧିନିୟମ ୧୯୯୧ର ବିରୁଦ୍ଧରେ ଥିଲା । ଶାହନାୱାଜ ଆଲାମ ଦାବି କରିଛନ୍ତି ଯେ, ମସଜିଦରେ ବଜୁ କରିବା ପାଇଁ ନିର୍ମାଣ କରାଯାଇଥିବା ମଝିରେ ଲାଗିଥିବା ପଥର, ଯାହା ସମୟ କ୍ରମେ ଭାଙ୍ଗି ଯାଇଥିଲା, ତାହାକୁ ହିଁ ଶିବଲିଙ୍ଗ କହି ଗୁଜବ ସୃଷ୍ଟି କରାଯାଉଛି । 

Trending news